ଫେର୍ ମାଡ଼ି ଆସୁଛେ କରୋନା!

ଶୀତ୍ ମାସେ ଆସିପାରେ ଫେର୍ ଗୁଟେ କରୋନା ଲହର୍ । ସ୍ଥିତି ଅସଂଭାଲ୍ ହେବାର୍ ଡର୍ ।

0

ଓଡିଶାନେ ଇହାଦେ କରୋନା ସଂକ୍ରମଣ୍‌ର୍ ହାର୍ ଟିକେବାଗିର୍ କମିଥିବାର୍ ଦେଖାଯାଇଛେ । ଗଲାମାସର୍ ହିସାବେ ଦେଖଲେ ଇ ମାସେ କୋରୋନାଥି କମ୍ ଲୋକ୍‌ବି ମରିଛନ୍ । ହେଥିର୍‌ଲାଗି ଲୁକେବି କରୋନାର୍ ନିୟମ୍ ସବୁକେ ନେଇକରି ଟିକେ ହେଲୁଆ ହେଇ ବସୁଥିବାର୍ ଦେଖ୍‌ବାର୍‌କେ ମିଲିଛେ । ଅଧା ଲୋକ୍‌ତ କରୋନା ଭାରତ୍‌ରୁ ଯାଇବସଲାନ ଆର୍ ଓଡିଶାରେତ କାହିଁର୍ କୋରୋନା ଆର୍ କାହିଁ କାଣା ବଲି କହି ବସଲେନ । ଯେନ୍ ଆଡର୍ ଦୁକାନ୍‌-ବଜାର୍ ଦେଖ ଖାଲି ଲୋକ୍ ଭିଡ୍ । ନା ମାସ୍କ୍ ପିନ୍ଧୁଛନ୍ ନା କରୋନାର୍ ଅଲଗା ଗାଇଡଲାଇନ୍ ମାନେ ମାନୁଛନ୍ । ବହୁତ୍ ଟେ ଅଫିସ୍ ପତର୍‌ନୁବି କୋରୋନା ଗାଇଡଲାଇନ କେ ଆର୍ କାହାରି ନିଘା ନାଇଁ ଥିବାର୍ ଖବର୍ ଆସୁଛେ । ଅନ୍‌ଲକ୍ ହେଲାଦିନୁ ଆପଣ ଯେନ୍ ଆଡକେ ଯାଉନ୍ ଲାଗବା ଯେନ୍ତାକି କରୋନା ବଲିକରି କିଛି ନାଇନ । ଇ ସବୁ ଭିତରେ ବାକି ଡର-ଡରନିଆଁ କଥାଟେ ଶୁନବାର୍ କେ ମିଲୁଛେ । ସ୍ୱାସ୍ଥ୍ୟ ବିସାରଦ୍ ମାନକର୍ କହେବାର୍ ହିସାବେ ଶୀତ୍ ଲହର୍ ବଢବାର୍ ସାଙ୍ଗେ କରୋନା ଭାଏରସ୍‌ର ପ୍ରକୋପ୍‌ବି ବଢିପାରେ ବଲିକରି ସେମାନେ ଅନମାନ୍ କରିଛନ୍ ।

ଇହାଦେ ଦେଖବାର୍ କେ ମିଲୁଛେ ଯେ ଇଉରୋପ୍ ମହାଦେଶକେ କରୋନା ଫେର୍ ଥରେ ଫିରିଛେ । ପହେଲା ଥରର୍ ଅପେକ୍ଷା ଇ ଥର ଆର୍ ଅଏତକା ଲୋକଁକୁ ହଉଛେ ଆର୍ ଜହ ଲୁକର୍ ଜୀବନ୍ ନେଉଛେ । ଆମେରିକାଥି ବି କରୋନାର୍ ଦୁଇ ନମ୍ବର୍ ଲହର୍ ବନେ ଭୟାନକ୍ ରୂପ୍ ନେଉଛେ । ସେନର୍‌ତ ରାଷ୍ଟ୍ରପତି ଭୋଟ୍‌ଥି ବି ଇତାର୍ ଗୁରଦୁ ପ୍ରଭାବ୍ ପଡିଥିବାର୍ ଦେଖବାର୍ କେ ମିଲିଛେ ।

ଆମର୍ ଭାରତ୍ ଦେଶେବି ବନେ କେତେଟା ରାଜ୍ୟକେ କରୋନା ଭାଏରସ୍ ଫେର୍‌ଥରେ ଫିରିଥିବାର୍ ଦେଖ୍‌ବାର୍‌କେ ମିଲିଛେ ଆର୍ ପହେଲା ଲହର୍‌ନୁ ଦୁଇନମ୍ବର୍ ଲହର୍‌ର ଜହ ପ୍ରଭାବ୍ ରହେବା ବଲି କୁହାଯାଉଛେ । ତାମିଲ୍‌ନାଡୁ, ମହାରାଷ୍ଟ୍ର, କର୍ଣ୍ଣାଟକ୍ ଆର୍ ଦିଲ୍ଲୀନେ କରୋନା ବେମାରୀକଁର୍ ସଂଖ୍ୟା ଫେର୍ ଥରେ ବଢବାର୍ ଦେଖାଯାଉଛେ । ଭାରତ୍ ଲାଗି ଇ ଦୁଇନମ୍ବର୍ କରୋନା ଲହର୍ ଟା ଇଥିର୍‌ଲାଗି ଜହ ବିପଦ୍ ହେଇପାରେ ବଲି କୁହାଯାଉଛେ କାରନ୍ ଶୀତ୍ ମାସେ ହେନ୍ତାବି ଫୁସ୍‌ଫୁସ୍ ବେମାରି ମାନେ ଜହ ସଂଖ୍ୟାରେ ମରିଯିବାର୍ ଦେଖାଯାଏସି । ଆର୍ ଇସବୁ ବାହାରେ ବି ଶୀତ୍ ମାସେ ଅନ୍ୟମାସର୍‌ନୁ ଜହ ଲୁକକଁର୍ ଜିବନ୍ ଯାଏସି । ତ ଇତାର୍ ଉପରେ ଯଦି କରୋନାର୍ ମାଡ୍‌ଟା ପଡେ ବେଲେ ପରିସ୍ଥିତି ଗୁରଦୁ ଭୟଙ୍କର୍ ହେଇଯାଇପାରେ ବଲିକରି ଡର୍ ଟେ ରହୁଛେ । ଏନ୍ତା ସମିଆଥି ଯଦି ଆମର୍ ଓଡିଶାର୍ ଲୁକେ କରୋନା ନିୟମ୍ କେ ଏନ୍ତା ଖାମ୍‌୍‌ଖିଆଲି ହିସାବେ ନେବେ ବେଲେ ଆମର୍ ରାଏଜ ସାରା ଲୋକ୍ ବଡଭାରି ବିପଦଥି ପଡମା ବଲିକରି ଡାକ୍ତର ଆଜ୍ଞା ମାନେ କହୁଛନ୍ । ଓଡିଶାର୍ ମାନ୍ୟବର୍ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଲ୍ ଇ ବିପଦ୍ ବାବଦରେ ବାର୍ ବାର୍ କହିକରି ରାଏଜର୍ ଲୋକମାନଁକୁ ସବୁ କରୋନା ନିୟମ୍‌କେ ଭଲ୍‌ସେ ମାନବାର ଲାଗି ଅନୁରୋଧ୍ କରିଛନ୍ ।

ଇହାଦେ ସାରା ଦୁନିଆଁର୍ ଲୋକ୍ କରୋନା ଟିକାକେ ଟାକିକରି ବସିଛନ୍ । ଭିନ୍ ଭିନ୍ ଦେଶେ ଭିଲ୍ ଜଲଦି ଜଲଦି କରୋନର୍ ଉସୋ ବାହାର୍ କରବାର୍ ଲାଗି ବୈଜ୍ଞାନିକ୍ ମାନେ ଦିନ୍ ରାଏତ୍ ଏକ୍ କରି ଲାଗିପଡିଛନ୍ । ଆମର୍ ଭାରତ୍‌ନେ ଭିଲ୍ ଜୋର୍‌ଦାରିଆ ଚେଷ୍ଟା ଚାଲିଛେ । ବାକି ଆଦେ ଇ ମାସେ ବାହାରିବା ସେ ମାସେ ବାହାରିବା ହେଇକରି ଏତେ ଦିନ୍ ତକ୍ ନୁହେ ବାହାରେ ତାଲି । ତ ଏନ୍ତା ଗୁଟେ ବିପଦର୍ ସମିଆଥି ସୁଦ୍‌ଭାବେ ରହେବାର୍‌ଟା ଜରୁରୀଆଏ ବଲିକରି ଓଡିଶା ସ୍ୱାସ୍ଥ୍ୟ ବିଭାଗ୍ ତରଫନୁ କୁହାଯାଇଛେ ।

Leave A Reply

Your email address will not be published.